ପ୍ରତିଭା ଓ ବ୍ୟକ୍ତିତ୍ୱ

ଅବସର ନେଲେ କ୍ରୀଡା ଗୁରୁ ନୀଳମଣି ଦାସ

By Biswaranjan Pattnaik

May 17, 2024

ଅନୁଗୁଳ: ଅନୁଗୁଳ କ୍ରୀଡା ଇତିହାସରେ ଯେଉଁ ମାନଙ୍କ ନାମ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ସେମାନଙ୍କ ଭିତରେ ନୀଳମଣିଙ୍କ ସର୍ବାଗ୍ରେ ରହିବ। ଗତ ପ୍ରାୟ କୋଡ଼ିଏ ବର୍ଷ ଧରି ପଡ଼ିଆରେ ରାଜୁତି କରିବା ପରେ ସେ ଚାକିରି ଜୀବନରୁ ଅବସର ନେଇଛନ୍ତି।ନୀଳମଣିଙ୍କ ଜୀବନ ଯେତିକି ସଂଘର୍ଷମୟ ସେତିକି ପ୍ରେରଣାଦାୟୀ। ୨୦ କିମି ଦୃତ ଚାଲି ପ୍ରତି ଯୋଗିତାରେ ରାଜ୍ୟରେ ସେ ପାଞ୍ଚ ପାଞ୍ଚ ଥର ସ୍ଵର୍ଣ୍ଣ ପଦକ ଜିତିବା ସହ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପଦକ ହାସଲ କରିଛନ୍ତି। ଜୀବନ ଜୀବିକା ସହ ସଂଘର୍ଷ କରୁଥିବା ନୀଳମଣିଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲା ଜେଏସପିଏଲ। ହର୍ଟିକଲ୍ଚର ବିଭାଗରେ ସୁପରଭାଇଜର ଭାବେ ନିଯୁକ୍ତି ପାଇବାପରେ ତାଙ୍କ ଜୀବନରେ ଅନେକ ପରିବର୍ତନ ଆସିଥିଲା। ଗୁରୁ ଭାବେ ନୀଳମଣି ୫୦ରୁ ଅଧିକ ଖେଳାଳୀଙ୍କୁ ତାଲିମ ଦେଇଛନ୍ତି।

ସେମାନେ ଖେଳରେ ଉତ୍କର୍ଷତା ହାସଲ କରି ବିଭିନ୍ନ ବିଭାଗରେ ଚାକିରି ମଧ୍ୟ କଲେଣି। କ୍ରୀଡା ଦକ୍ଷତା ପାଇଁ ନୀଳମଣିଙ୍କୁ ଜିଲ୍ଲା ଭିତରେ ଓ ବାହାରେ ବହୁ ପୁରସ୍କାର ଓ ସମ୍ମାନ ମିଳିଛି।ଜିନ୍ଦଲ ଚାକିରି ରୁ ଅବସରରେ ନେବା ପରେ ସେ ପୂର୍ବପରି ଯୁବ ଖେଳାଳୀ ମାନଙ୍କୁ ତାଲିମ ପ୍ରଦାନ କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ନୀଳମଣିଙ୍କ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ଆମେ ପ୍ରାର୍ଥନା କରୁଛୁ।