ଅନ୍ୟାନ୍ୟ

ସ୍କଏ ବିଜେତା ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟିଲେ

By Biswaranjan Pattnaik

September 05, 2024

ଅନୁଗୁଳ: ନିକଟରେ ସମ୍ପନ୍ନ ହୋଇଥିବା ୧୯ ତମ ରାଜ୍ୟ ସ୍ତରୀୟ ସ୍କଏ ପ୍ରତିଯୋଗିତାର ଦଳଗତ ବିଭାଗ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଗୁଳ ରନରସ୍ ଅପ୍ ହୋଇଥିଲା। ଖେଳାଳୀ ମାନଙ୍କ ଏହି ଉତ୍କର୍ଷତା ପାଇଁ ଅନୁଗୁଳରେ ଆନନ୍ଦ ପ୍ରକାଶ ପାଇଥିଲା।

ଏଣୁ ସ୍କଏ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥଙ୍କ ନେତୃତ୍ୱରେ ବିଜୟୀ ଖେଳାଳୀ ମାନେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାରଙ୍କୁ ଭେଟି ଥିଲେ। ଜିଲ୍ଲାପାଳ ପିଲାମାନଙ୍କ ବିଜୟ ନେଇ ଖୁସି ପ୍ରକଟ କରିବା ସହ ଏହି ବିଜୟ ଧାରା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର୍ ସିଠ ଏବଂ ସଂଘର ସମସ୍ତ କର୍ମକର୍ତ୍ତା ଏହି ସାକ୍ଷାତ ଅବସରରେ ଉପସ୍ଥିତ ଥିଲେ ।