ଅନ୍ୟାନ୍ୟ

ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

By Angul TV Bureau

May 21, 2023

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ଭବନରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପ୍ରବୋଧ କୁମାର ସ୍ବାଇଁ, ରାକେଶ ମିଶ୍ର, ସଂଗ୍ରାମ ବେହେରା, ଭଗବାନ୍ ମହାନ୍ତି, ବାପୁନ୍ ସାହୁ, କାସିଦା ଖାନ୍, ମାନିନୀ ପ୍ରଧାନ, ଅଭିଷେକ ନାୟକ, ସୋନମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ରାଜୀବ ଗାନ୍ଧୀ ପାର୍କରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା।