ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ ସ୍ୱରୂପ ଆଜି ସାମୁହିକ ସଫେଇ ଆୟୋଜିତ ହୋଇଥିଲା। ଅନୁଗୁଳ ପୌରପାଳିକା ସହାୟତାରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା,ଡୂଡ଼ା ପ୍ରକଳ୍ପ ଅଧିକାରୀ ଦେବଦତ୍ତ ମହନ୍ତ, ଏପିଡି,ଅର୍ଥ ଅବିନାଶ ମହାନ୍ତି,ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏବଂ ଜିଲ୍ଲା ପ୍ରଶାସନ ତଥା ପୌର କର୍ମଚାରୀ ବହୁ ସଂଖ୍ୟାରେ ଯୋଗ ଦେଇ ଜିଲ୍ଲା କାର୍ଯ୍ୟାଳୟ ସଫେଇ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।