ଅନ୍ୟାନ୍ୟ

ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କଲା ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ

By Angul TV Bureau

January 03, 2024

ଅନୁଗୁଳ: ଅନୁଗୁଳର ସିରିଡ଼ି ସାଇ ଆତ୍ମଦର୍ଶନ ଚାରିଟେବୁଲ ଟ୍ରଷ୍ଟ ନେତୃତ୍ୱରେ ଅନଗୁଳ ପୌରାଞ୍ଚଳ ସଭାଘର ନିକଟରେ ଏକ ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ନୂଆ ଡ୍ରେସ ପିନ୍ଧାଯାଇଥିଲା। ଆଜିକୁ ମିଶାଇ ଚତୁର୍ଥ ଥର ପାଇଁ ଟ୍ରଷ୍ଟ ପକ୍ଷରୁ ଏହି ସେବା କାର୍ଯ୍ୟ କରାଯାଇଛି।

ଏହି କାର୍ଯ୍ୟରେ ଟ୍ରଷ୍ଟ ସଦସ୍ୟ ଅଜୟ ତ୍ରିପାଠୀ, ରାକେଶ ରୋଶନ ଦାସ, ଲଳିତ ମହାପାତ୍ର, ଶରତ ସାହୁ, ଯୁବ ସାମ୍ବାଦିକ ସୁଧାକର ସାହୁ ସହଯୋଗ କରିଥିଲେ।

ଜିଲ୍ଲାରେ ମାନସିକ ବିକାର ଗ୍ରସ୍ତ ପୁରୁଷଙ୍କ ପାଇଁ ଆଶ୍ରୟ ସ୍ଥଳୀ କିମ୍ବା କୌଣସି ବ୍ୟବସ୍ଥା ନଥିବାରୁ ଟ୍ରଷ୍ଟ ତରଫରୁ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ ବୋଲି ଟ୍ରଷ୍ଟ ସଭାପତି ବିଦ୍ୟାଧର ନାୟକ ଦୁଃଖ ପ୍ରକାଶ କରି କହିଛନ୍ତି।