ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଡ଼ା.ସୁଧାକର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟା ଭାରତୀ ପୂର୍ବକ୍ଷେତ୍ର ମନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାରଣା ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ।
ବିଦ୍ୟାଳୟ ସମ୍ପାଦକ ଅଶୋକ କୁମାର ମୋଦି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସିଦ୍ଧନାଥ ସାହୁ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷର ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସହପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ବିଦ୍ୟାଳୟର ପୂର୍ବ ଛାତ୍ରୀ ଅଙ୍କିତା ସାହୁଙ୍କୁ ସମ୍ବର୍ଦ୍ଧିତ କରିବାସହିତ ବିଦ୍ୟାଳୟରେ ଦୀର୍ଘ ୩୮ ବର୍ଷ ଆଚାର୍ଯ୍ୟ ଭାବରେ କାର୍ଯ୍ୟକରିଥିବା ଅନିଲ କୁମାର ଶର୍ମାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଶେଷରେ ରାଷ୍ଟ୍ରଗୀତ ବେଦମାତରମ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।