ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରନ୍ତଲେଇର ଅଜୟ ପ୍ରଧାନ (୨୪), ତାଙ୍କ ଦାଦା ପୁଅ ପ୍ରଫୁଲ୍ଲ ସାହୁ (୨୪), ବିଷ୍ଣୁ ସାହୁ (୨୫) ଙ୍କ ସହ ଗାଁର କିଛି ଯୁବକ ମିଶି ରନ୍ତଲେଇ ନିକଟସ୍ଥ ଆଇଟିଆଇ ପଛ ପାଖ ଆମ୍ବ ତୋଟାରେ ଭୋଜି କରୁଥିଲେ। ମଦ୍ୟପାନ କରି ସାରିବା ପରେ ଅଜୟଙ୍କ ସହ ପ୍ରଫୁଲ୍ଲ ଏବଂ ବିଷ୍ଣୁଙ୍କ ବଚସା ହୋଇଥିଲା। ଫଳରେ ସେମାନେ ପିଆଜ କଟା ଛୁରୀରେ ଅଜୟଙ୍କ ପିଠିକୁ ଭୁଷି ଦେଇଥିଲେ। ଘଟଣାସ୍ଥଳରେ ଅଜୟ ଗୁରୁତର ହୋଇପଡ଼ିଥିଲେ। ଘର ଲୋକ ଅଜୟକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏନେଇ ଅଜୟ ସଦର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।