ମୁଖ୍ୟ ଖବର

କାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

By Angul TV Bureau

December 06, 2020

ଅନୁଗୁଳ: ପଞ୍ଚମହଲାସ୍ଥିତ ଅନୁଗୁଳ ଫେକାଲ୍‌ ସ୍ଲଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ତରଳ ମଳକୁ ଶୁଷ୍କ, ଜୀବାଣୁମୁକ୍ତ କରାଯିବାପରେ ବଡ଼ି ଆକୃତିର ସାର ଦାନା ବାହାର କରାଯାଉଛି। ପରେ ପରେ ଏହାକୁ ଚୁର୍ଣ୍ଣ କରାଯାଇ ଜୈବିକ ସାରରେ ପରିଣତ କରାଯାଉଛି। ଏବେ ଏହି ସାରକୁ ପରୀକ୍ଷା ନିରୀକ୍ଷା ପରେ ବଜାରକୁ ଛଡ଼ାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଜଙ୍ଗଲ ତଥା ଅନ୍ୟ କିଛି ସରକାରୀ ବିଭାଗ ଏହାକୁ ପ୍ରୟୋଗ କରିବା ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହା ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି।