ମୁଖ୍ୟ ଖବର

ରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ ପ୍ରକାଶିତ: କ୍ରମାଗତ ଚତୁର୍ଥ ଥର ପାଇଁ ସଦସ୍ୟ ଭାବେ ନିର୍ବାଚିତ ହେଲେ ସୀତାଂଶୁ ମୋହନ ଦ୍ବିବେଦୀ

By Angul TV Bureau

July 27, 2023

ଅନୁଗୁଳ: ପ୍ରକାଶ ପାଇଛି ରାଜ୍ୟ ବାର କାଉନସିଲ ନିର୍ବାଚନର ଫଳାଫଳ। ଏଥିରେ କ୍ରମାଗତ ଚତୁର୍ଥ ଥର ପାଇଁ ସୀତାଂଶୁ ମୋହନ ଦ୍ବିବେଦୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି।

ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଏପ୍ରିଲ ୧୫ରେ ବହୁ ରାଜ୍ୟ ବାର କାଉନସିଲ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ୯୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ରାଜ୍ୟ ବାର କାଉନସିଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବାର

ଆସୋସିଏସନର ଯୁବ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୨୦୦୨, ୨୦୦୮ ଓ ୨୦୧୩ ପରେ ପୁଣିଥରେ ସେ ଜିତିଛନ୍ତି।

ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ବ୍ରହ୍ମପୁର ବାର ଆସୋସିଏସନର ଯୁବ ଆଇନଜୀବୀ ପୀତବାସ ପଣ୍ଡା ଏବଂ ଯାଜପୁର ଟାଉନ ବାର ଆସୋସିଏସନର ଯୁବ ଆଇନଜୀବୀ ରାଜୀବ ମହାନ୍ତି ରାଜ୍ୟ ବାର କାଉନସିଲର ସଭ୍ୟ ହିସାବରେ ନିର୍ବାଚିତ ହୋଇଛନ୍ତି।