ମୁଖ୍ୟ ଖବର

ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିବେ ଜନପୋଷଣ କେନ୍ଦ୍ର

By Angul TV Bureau

June 13, 2025

ଭୁବନେଶ୍ୱର: ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି ରାଜ୍ୟରେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି। ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ। ମଧ୍ୟବର୍ଗଙ୍କୁ କିପରି ସାମିଲ କରାଯିବ ସେନେଇ ଗାଇଡଲାଇନ ପ୍ରସ୍ତୁତ ହେଉଛି।

ସୂଚନା ଯେ, ରାଜ୍ୟରେ ନିର୍ଦ୍ଦିଷ୍ଟ ୩୦ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରାଯାଇ ଏଠାରେ ରାସନ ସାମଗ୍ରୀ ସହ ପୁଷ୍ଟିଯୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି। ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।