ମୁଖ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି : ବଢିଲା ମହଙ୍ଗା ଭତ୍ତା

By Swagatika Samantray

September 19, 2022

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସୀ ଖବର । କର୍ମଚାରୀଙ୍କୁ ପୂଜା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୩ ପ୍ରତିଶତ ବୃଦ୍ଧି ହୋଇଛି ମହଙ୍ଗା ଭତ୍ତା ।

୩୧ ପ୍ରତିଶତ ରୁ ୩୪ ପ୍ରତିଶତକୁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର । ତେବେ ପିଛଲା ଭାବେ ଜାନୁଆରୀ ମାସରୁ ଲାଗୁ ହେବ ଏହି ବର୍ଦ୍ଧିତ ଦରମା । ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ଏହା ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।