ମୁଖ୍ୟ ଖବର

୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ବିରୋଧ, ଅର୍ଥନୈତିକ ରାସ୍ତା ଅବରୋଧ କଲେ ଗାଁ ଲୋକ

By Sanjeeb Biswal

September 26, 2022

ଅନୁଗୁଳ: ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ଚଳାଚଳକୁ ବିରୋଧ କରି କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି।

ସୂଚନା ମୁତାବକ, କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ବି ଜିଲ୍ଲା ପ୍ରଶାସନ ରାସ୍ତା ସମସ୍ୟା ସମାଧାନ ନକରିବାରୁ ଆଜି ବାଧ୍ୟ ହୋଇ ଅର୍ଥନୈତିକ ରାସ୍ତା ଅବରୋଧ କରାଯାଇଛି। ବିଶେଷ କରି କୋଇଲା ଓ ବାଲି ଟ୍ରକଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଗାଁ ଲୋକଙ୍କ ଦାବିଗୁଡ଼ିକ ମଧ୍ୟରେ ରାସ୍ତାର ସମ୍ପୂର୍ଣ୍ଣ ମରାମତି, ଧୂଳି ପାଇଁ ଜଳ ଛିଞ୍ଚନ, ଭାରିଯାନ ଚଳାଚଳ ପାଇଁ ସମୟ ନିର୍ଘଣ୍ଟ, ଭାରିଯାନ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ସାହାଯ୍ୟ ଓ ସହଯୋଗ ପାଇଁ ପ୍ରଶାସନିକ ପ୍ରତିଶ୍ରୁତି ଆଦି ରହିଛି। ଅନ୍ୟପଟେ ଦୀର୍ଘ ମାସେ ହେଲା ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିନଥିବାରୁ ଲୋକେ ତାତିଛନ୍ତି।