କ୍ରୀଡ଼ା

ଏନଟିପିସି କେ.ଭି.ରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ, ଶ୍ରେଷ୍ଠ ୯ ଜଣ ପୁରସ୍କୃତ

By Angul TV Bureau

July 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ, ଦୀପଶିଖା ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ୫୪ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା  ଉଦ୍‌ଯାପିତ ହୋଇଛି। ଏହି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୪୦ କେନ୍ଦ୍ରୀୟ ବିଦ୍ୟାଳୟର ୨୦୬ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ୧୪, ୧୭ ଓ ୧୯ବର୍ଷରୁ କମ୍ ବାଳକଙ୍କ ମଧ୍ୟରେ ପୃଥକ୍ ପୃଥକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଷ୍ଠ ୯ଜଣ ଖେଳାଳିକୁ ବିଚାରକ ମଣ୍ଡଳୀ ଚୟନ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏନଟିପିସି, କଣିହାଁ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ନରସିଂହ ରେଡ୍ଡି ମୁଖ୍ୟଅତିଥି ଏବଂ ଏନଟିପିସି,କଣିହାଁ ପ୍ରକଳ୍ପ ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା ଅତିରିକ୍ତ ମହାପ୍ରବନ୍ଧକ ନବନୀତ୍ କୁମାର, ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ, ଦୀପଶିଖା ଅଧ୍ୟକ୍ଷ କ୍ରିଷ୍ଣା କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସୁଧୀର କୁମାର ମିଶ୍ର, ସ୍ୱାଧୀନ ମିଶ୍ର, ବାବା ଅମରଜ୍ୟୋତି, ଶୁଭାଶିଷ ସାହୁ, ପୁରୁଷୋତ୍ତମ ସେଠୀ, ପବିତ୍ର ମୋହନ ପ୍ରଧାନ, ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ ଟିଜିଟି ଶାରୀରିକ ଏବଂ ସ୍ୱାସ୍ଥ୍ୟ ଶିକ୍ଷକ ପ୍ରଖର ଗୁପ୍ତା ପ୍ରମୁଖ ବିଚାରକ ମଣ୍ଡଳୀରେ ଦାୟିତ୍ୱ ନିର୍ବାହ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।