ଅନୁଗୁଳ: ସ୍ଥାନୀୟ ନବ ଜୀବନ ମଣ୍ଡଳ ପରିସରରେ ଜିଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟିର ବୈଠକ ଆୟୋଜିତ ହୋଇ ଯାଇଛି।ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶୋଭାକର ସ୍ୱାଇଁଙ୍କୁ ରାଜ୍ୟସ୍ତରୀୟ ନବକୃଷ୍ଣ ଜନ ସେବା ସମ୍ମାନ ୨୦୨୫ ପ୍ରଦାନ ନିମନ୍ତେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ନଭେମ୍ବର ୨୪ ତାରିଖ ଦିନ ଜିଲ୍ଲା ପାଠାଗାର ଠାରେ ଅନୁଷ୍ଠିତ ହେବ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼ା ରାମଚନ୍ଦ୍ର ନାୟକ ଏବଂ ଇଂ ସଞ୍ଜୟ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।
ଏହି ବୈଠକରେ ଆଡଭୋକେଟ ଯଦୁମଣି ସାହୁ,ଡ଼ା ଦଧିବାମନ ପ୍ରଧାନ,ରମେଶ ଚନ୍ଦ୍ର ମିଶ୍ର,ନିରଞ୍ଜନ ପତି,ଗୋଲାପ ନନ୍ଦ,ଶାନ୍ତିଲତା ରଥ, ଈଂ ଧନେଶ୍ଵର ସାହୁ ଏବଂ ଶିବରାମ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ମତ ସାବ୍ୟସ୍ତ କରିଥିଲେ।ଏଥିସହ ସମ୍ପାଦକ ରାଧାକାନ୍ତ ମହାନ୍ତି ପାଦଚିହ୍ନ ପତ୍ରିକା ୨୦୨୬ ପାଇଁ ଆଗ୍ରହୀ ଲେଖକ ମାନଙ୍କୁ ଲେଖା ପଠାଇବା ନିମନ୍ତେ ଅନୁରୋଧ କରିଥିଲେ। ଶେଷରେ ଅଧ୍ୟାପକ ମନୋଜ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।