ଛେଣ୍ଡିପଦା: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁଙ୍କୁ ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।
ସୂଚନା ମୁତାବକ, କଟକରେ ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବର ପୂଜ୍ୟପୂଜା ଓ ପ୍ରତିଭା ସମ୍ମାନ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଶ୍ରୀକାନ୍ତ ସାହୁଙ୍କୁ ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ। ଶ୍ରୀକାନ୍ତ ସାହୁ ଦୁର୍ଗାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ସହିତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା )ର ଉପସଭାପତି ଭାବେ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟକ୍ରମରେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସଙ୍କ ସମେତ ଓଷ୍ଟାର ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ।