କଳା ଓ ସଂସ୍କୃତି

ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ଦର୍ଶକଙ୍କ ହୃଦୟ ଜିଣିଲେ ନାଟକ ବଞ୍ଚି ରହିବ

By Swagatika Samantray

September 27, 2022

ଅନୁଗୁଳ: ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ଓ ନାଟ୍ୟମର ମିଳିତ ସହଯୋଗରେ ସ୍ଥାନୀୟ ଜିଲ୍ଲା ପାଠାଗାର ପରିସରରେ ସୋମବାର ଅପରାହ୍ନରେ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଶାସନ ନାଏକ, ମୁଖ୍ୟ ବକ୍ତା ଭାବେ ଗ୍ରନ୍ଥାଗାରିକ ଲକ୍ଷ୍ମୀ ପ୍ରସାଦ ଦ୍ବିବେଦୀ, ସମ୍ମାନିତ ଅତିଥିଭାବେ ସଂସ୍କୃତି ସଂଯୋଜିକା ଡ଼ଃ ଇନ୍ଦିରା ଦାଶ ଯୋଗ ଦେଇ ନାଟକ ପାଇଁ ଦର୍ଶକ ନା ଦର୍ଶକ ପାଇଁ ନାଟକ ବିଷୟ ଉପରେ ଆଲୋକପାତ କରିଥିଲେ। କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାକରି ସମସ୍ତଙ୍କୁ ସ୍ବାଗତକରିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ବିଭୁତି ଭୂଷଣ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ନାଟ୍ୟମର ସଦସ୍ୟ ରବିନାରାୟଣ ସାହୁ, କଳାକାର ସଦସ୍ୟ ବୈରାଗୀ ଚରଣ ମଲ୍ଲିକ, ବୀରେନ୍ଦ୍ର ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନାଟକ ସମାଜରେ ପରିବର୍ତ୍ତନ ଆଣିବାରେ ଏକ ମାଧ୍ୟମ। ଭଲ ନାଟକର ଆଦର ସବୁଠି ରହିଛି। ତେଣୁ ଦର୍ଶକ ପସନ୍ଦ କରିବା ଭଳି ନାଟକ ପ୍ରସ୍ତୁତ କରିଲେ ଏହାର ମାନ ଆହୁରି ବଢ଼ିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ କଳାକାର ସଦସ୍ୟ ପ୍ରଶାନ୍ତ କୁମାର ରଥ, ନିର୍ମଳ କୁମାର ସାହୁ, ଅଜୟ କୁମାର ସାହୁ, ପ୍ରଫୁଲ କୁମାର ଦାସ, ପୀନାକି ସିଂହ, ନିରୋଦ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ ପରିଥିଲେ।