କ୍ରୀଡ଼ା

ରାଜ୍ୟ ପୋଲିସ କବାଡ଼ି ଓ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ଉଦଯାପିତ; କଟକ OSAP ଷଷ୍ଠ ବାଟାଲିଅନ ଡବଲ୍ ଚାମ୍ପିୟନ

By Angul TV Bureau

May 22, 2026

ଅନୁଗୁଳ: ଅନୁଗୁଳ ପୋଲିସ ପକ୍ଷରୁ ଆୟୋଜିତ ୭୯ତମ ରାଜ୍ୟ ପୋଲିସ କବାଡ଼ି ଏବଂ ୧୧ତମ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ଶୁକ୍ରବାର ଉଦଯାପିତ ହୋଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, କ୍ରୀଡ଼ା ପୋଲିସ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ବଢ଼ାଇଥାଏ। ଏହି ପାଞ୍ଚଦିନିଆ ପ୍ରତିଯୋଗିତାରେ କଟକ OSAP ୬ଷ୍ଠ ବାଟାଲିଅନ ଉଭୟ ବିଭାଗରେ ଚାମ୍ପିୟନ ହୋଇ ଡବଲ୍ ଖିତାବ ହାସଲ କରିଛି। କବାଡ଼ିରେ ଦେଓଗଡ଼ ୪ର୍ଥ IRB ରନର୍ସଅପ୍ ହୋଇଥିବା ବେଳେ ମନୀନ୍ଦ୍ର କୁମାର ନାୟକ ସର୍ବଶ୍ରେଷ୍ଠ ଖେଳାଳି ଏବଂ ଅନୁଗୁଳ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ଦଳ ବିବେଚିତ ହୋଇଛି।

ସେହିପରି ହ୍ୟାଣ୍ଡବଲରେ କେନ୍ଦୁଝର ପୋଲିସ ରନର୍ସଅପ୍ ହୋଇଥିବା ବେଳେ କଟକ ବାଟାଲିଅନର ବିଶ୍ୱନାଥ କହଁର ସର୍ବଶ୍ରେଷ୍ଠ ଖେଳାଳି ଏବଂ ରାଉରକେଲା ପୋଲିସ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ ହୋଇଛନ୍ତି। ଅନୁଗୁଳ ଏସପିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ କଡ଼ା ସୁରକ୍ଷା ମଧ୍ୟରେ ସଫଳତାର ସହ ଶେଷ ହୋଇଛି।