ମୁଖ୍ୟ ଖବର

ସାତକୋଶିଆରେ ରାଜ୍ୟର ପ୍ରଥମ ପକ୍ଷୀ ଗଣନା

By Biswaranjan Pattnaik

March 24, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ପକ୍ଷୀ ଗଣନା କରାଯାଇଥିଲା। ଓଡ଼ିଶା ଓ ଓଡ଼ିଶା ବାହାରର ପକ୍ଷୀ ବିଜ୍ଞାନର ଛାତ୍ର ଛାତ୍ରୀ ଓ ଏଫଇଏସର କର୍ମକର୍ତ୍ତା ଏହି ଗଣନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ଗଣନା କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ଲୁପ୍ତ ପ୍ରାୟ ଦେଶୀ ବିଦେଶୀ ପକ୍ଷୀଙ୍କୁ ଠାବ କରାଯାଇଥିଲା। ଏହି ପକ୍ଷୀ ସର୍ବେକ୍ଷଣ ଗତ ୨୦ ତାରିଖରୁ ୨୨ ତାରିଖ ଯାଏଁ ଚାଲିଥିଲା। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ଟିକରପଡ଼ା, ଛୋଟକେଇ, ଟୁଲୁକା, ଲବଙ୍ଗି, ବାଘମୁଣ୍ଡା, ଟାପ୍ ଢୋଲ, ପାଇକ ସାହି ଆଦି ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା।ଠାବ କରାଯାଇଥିବା ପକ୍ଷୀ ମଧ୍ୟରେ ଅଛନ୍ତି ନରଦେନ୍ ଶୋଭ୍ଲାର,ପାହାଡି ପାରା,ଧଳା ବେକ ଯୁକ୍ତ ମାଛରଙ୍କା, କପର ସ୍ମିଥ ବର୍ବେଟ, ସ୍ପେକଲ୍ଡ ପିକୁଲେଟ,ବ୍ରାଉନ ଫିସ ପେଚା,ଅନେକ ଭେରାଇଟିର ଶୁଆ,ଓରିଏଣ୍ଟାଲ ମ୍ୟାଗପି ରବିନ ଓ ଆହୁରି ଅନେକ ଜାତିର ପକ୍ଷୀ। ଏହି ପକ୍ଷୀ ଗଣନା ରେ ଅନୁଗୁଳ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା।