ଅନ୍ୟାନ୍ୟ

ଉଠା ଦୋକାନୀଙ୍କ କବ୍‌ଜାରେ ତିନିମାଙ୍କଡ଼

By Biswaranjan Pattnaik

November 25, 2022

ଅନୁଗୁଳ: ଗାନ୍ଧିଜୀଙ୍କ ପ୍ରିୟ ତିନି ମାଙ୍କଡ ଏଇଥିପାଇଁ ମେଡିକାଲ ଛକରେ ସ୍ଥାପିତ ହୋଇଥିଲା ଯେ ବାଟୋଇ ମାନେ ଦେଖି ଆଜିର ସମାଜରେ ତିନି ମାଙ୍କଡର ନୀତି ଆଦର୍ଶ ଓ ସାମାଜିକ ବାର୍ତା ଜାଣିପାରିବେ ଓ ବୁଝି ପାରିବେ।

କିନ୍ତୁ ଏବେ କିଛି ଉଠାଦୋକାନୀ ଏହାର ସମ୍ମୁଖ ଭାଗକୁ କବ୍‌ଜାକରି ବେପାର କରୁଛନ୍ତି ଯାହା ଫଳରେ ଲୋକଙ୍କୁ ତିନି ମାଙ୍କଡ଼ ଦୃଶ୍ୟମାନ‌ ହେଉନାହିଁ। ଅନୁଗୁଳ ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।