ପ୍ରତିଭା ଓ ବ୍ୟକ୍ତିତ୍ୱ

ସ୍କୁଲରୁ ପାଣି ପମ୍ପ୍ ଚୋରି

By Sanjeeb Biswal

May 11, 2021

ଅନୁଗୁଳ: ନିଶା ଥାନା ଇଲାକା ବାଲିଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏକ ପାଣି ପମ୍ପ୍ ଚୋରି ହୋଇଯାଇଛି। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ପମ୍ପରେ ସ୍କୁଲ ପରିସରରେ ଥିବା ବଗିଚାରେ ପାଣି ଦିଆଯାଉଥିଲା। ମାତ୍ର ଶନିବାର ରାତିରେ କେହି ଦୁର୍ବୃତ୍ତ ସ୍କୁଲରୁ ପାଣି ପମ୍ପକୁ ଚୋରି କରିନେଇଛି। ବାଲିଚନ୍ଦ୍ରପୁର ଗ୍ରାମର କେହି ଦୁର୍ବୃତ୍ତର ଏହା ପଛରେ ହାତ ଥାଇପାରେ ବୋଲି ପ୍ରଧାନଶିକ୍ଷକ ଏତଲାରେ ଦର୍ଶାଇଛନ୍ତି। ପୁଲିସ୍ ଏ ସଂକ୍ରାନ୍ତରେ କେସ ରୁଜ୍ଜୁ କରି ତଦନ୍ତ ଚଳାଇଛି।