ଅନ୍ୟାନ୍ୟ

ଦୁଇ ଜଣଙ୍କୁ ଉଠାଇନେଲା ଏସ୍‌ଟିଏଫ୍ !

By Angul TV Bureau

October 27, 2021

ଅନୁଗୁଳ: ହାତୀ ଦାନ୍ତ ଚୋରା ଚାଲାଣରେ ସଂପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ତଥା ଠାକୁରଗଡ଼ ଥାନା ଅଞ୍ଚଳ ରାଣୀବନ୍ଧ ଗାଁର ଦୁଇ ଜଣ ଯୁବକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ମଙ୍ଗଳବାର ସନ୍ଧ୍ୟାରେ ଏକ ବଲେରୋରେ ଏସକର୍ଟ୍ କରି ୧୧ ଜଣିଆ ଟିମ୍ ଗାଁ’ରୁ ଉକ୍ତ ୨ ଯୁବକଙ୍କ କାବୁ କରିନେଇଛନ୍ତି। ସେମାନଙ୍କଠାରୁ ହାତୀଦାନ୍ତ ମଧ୍ୟ ଜବତ କରାଯାଇଥିବା ଆଲୋଚନା ହେଉଛି। ଏକ ମାସ ହେଲା ଏସ୍‌ଟିଏଫ୍ ସେମାନଙ୍କୁ ପିଛା କରୁଥିଲା। ଘଟଣାର ତଦନ୍ତ ଚାଲୁଥିବାରୁ ଦୁଇ ଅଭିଯୁକ୍ତଙ୍କ ବିଷୟରେ ତଥ୍ୟ ଦେବାକୁ ମନା କରିଛି ଏସ୍‌ଟିଏଫ୍। ବୁଧବାର ଏ ବାବଦରେ ଏସ୍‌ଟିଏଫ୍ ଅଧିକ ତଥ୍ୟ ଦେବ ବୋଲି ଜଣାପଡ଼ିଛି। ତେବେ ଅଜଣା ଲୋକ ଗ୍ରାମର ଦୁଇ ଯୁବକଙ୍କୁ ନାଲିବତି ଗାଡ଼ିରେ ଉଠାଇ ନେଇଥିବା ପ୍ରଚାର ହେବା ପରେ ଦୁଇ ଦୁଇଟି ସ୍ଥାନରେ ଅପହରଣ ଆଶଙ୍କାରେ ଏସ୍‌ଟିଏଫ୍ କୁ ଅଟକାଇଥିଲେ ସ୍ଥାନୀୟ ଗ୍ରାମବାସୀ । ପୁରୁଣାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରକୃତ ଘଟଣା ବୁଝିବା ପରେ ଗ୍ରାମବାସୀ ବଲେରୋକୁ ଛାଡ଼ିଥିଲେ।