ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ। ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ୍। କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ ମହାପାତ୍ର ଓ ଶରତ ଖଟେଇ। ଏସଟିଏଫ୍ ଏସପି ରବିନ୍ଦ୍ର ନାଥ ଶତପଥୀଙ୍କ ସୂଚନା।
ସୂଚନା ଯେ, ଗୁରୁବାର ସନ୍ଧ୍ୟାରେ ଆଠମଲ୍ଲିକ ଥାନା ଯଦୁପୁରରେ ହାତୀ ଦାନ୍ତ କାରବାର ଚାଲିଥିବା ନେଇ ଖବର ମିଳିଥିଲା। ଏହାପରେ ଏସଟିଏଫ୍ର ଏକ ଟିମ୍ ଚଢାଉ କରିଥିଲା। ଚଢାଉରେ ୨ ଅଭିଯୁକ୍ତ ଗିରଫ କରିଛି ଟିମ୍। ସେମାନଙ୍କ ନିକଟରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି। ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।