ତାଳଚେର: କୋଇଲା ଖଣିରୁ ବେଆଇନ ଭାବେ କୋଇଲା ଚାଲାଣ କରୁଥିବା ଏକ ଟ୍ରକକୁ ଧରିଛନ୍ତି ଖଣି କର୍ତ୍ତୃପକ୍ଷ। ଆଜି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ପକ୍ଷରୁ ତାଳଚେର ଥାନାରେ ଏନେଇ ଅଭିଯୋଗ କରାଯାଇଛି।
ଏମ୍ସିଏଲ୍ର ଅଭିଯୋଗ ମୁତାବକ, ସ୍ଥାନୀୟ ଅନନ୍ତ ଓପନ୍ କାଷ୍ଟ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀମାନେ ଏକ କୋଇଲା ବୋଝେଇ ଟ୍ରକ (ଓଡି୩୫ ୫୨୬୭) କୁ ଅଟକାଇ ଥିଲେ। ଟ୍ରକର କାଗଜ ପତ୍ର ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ସେଥିରେ ବିନା ଅନୁମତିରେ କୋଇଲା ପରିବହନ ହେଉଥିଲା। ଏ ନେଇ ଟ୍ରକ ଚାଳକ ଅମର ପାତ୍ର (୨୧) ମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଏଣୁ ଏହି କୋଇଲା ଚୋରି ବୋଲି ସ୍ପଷ୍ଟ ହୋଇଥିବା ନେଇ ଖଣି ପକ୍ଷରୁ ଦାୟର ଏତଲାରେ ଉଲ୍ଲେଖ ରହିଛି। ତୁରନ୍ତ ଏହି ମାମଲାର ତଦନ୍ତ କରି ଟ୍ରକ ମାଲିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଅନନ୍ତ ଓପନ୍ କାଷ୍ଟର ପ୍ରୋଜେକ୍ଟ ଅଫିସର ଚିତ୍ତରଞ୍ଜନ ଦାସ ଅଭିଯୋଗ କରିଛନ୍ତି।