ଅନୁଗୁଳ: ଅନୁଗୁଳ ବନଖଣ୍ଡ ପକ୍ଷରୁ ଚୋରା କାଠ ବ୍ୟବସାୟୀ ଓ ଶିକାରୀଙ୍କ ଉପରେ ବାରମ୍ବାର ଚଢାଉ କରାଯିବା ଫଳରେ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ୧୬ ତାରିଖ ଅପରାହ୍ନରେ ବନ୍ତଳା ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ ଅଧିକାରୀ ମାନେ ବନ୍ତଳା ଥାନା ନୁଆଖେତା ସେକ୍ସନ ଅରାଡ଼ିହ ଗାଁରେ ଚଢାଉ କରି ୧୫୦ ଟି ଚୋରା ଶାଗୁଆନ କାଠ ପଟା ଜବତ କରିଥିଲେ।ଜବତ ପଟାର ପରିମାଣ ୨୯.୧୯ ଶିଏଫ୍ଟି। ଏଥି ସହିତ ସେଠାରୁ ଫର୍ନିଚର୍ ତିଆରି ଉପକରଣ ମାନ ଜବତ କରାଯାଇଛି। ଏଥିନେଇ ଏକ ମାମଲା ରୁଜୁ କରାଯାଇ ଗ୍ରାମର ଅଭିରାମ ଦେହୁରୀଙ୍କ ନାମରେ ଏତଲା ରୁଜୁ କରାଯାଇଛି।ଏହି ଚଢଉରେ ବନ୍ତଳା ରେଞ୍ଜ ଅଧିକାରୀଙ୍କ ସମେତ ଫରେଷ୍ଟର,ଫରେଷ୍ଟ ଗାର୍ଡ ଓ ହାତୀ ସ୍କ୍ୱାର୍ଡର ସଦସ୍ୟ ମାନେ ସାମିଲ ଥିଲେ ।