ଘଟଣା ଓ ଦୁର୍ଘଟଣା

ପୁରୁଣାଗଡ଼ରୁ ଚୋରା ଶାଗୁଆନ କାଠ ଜବତ

By Biswaranjan Pattnaik

April 27, 2026

ଅନୁଗୁଳ: ଗତ ୨୬ ତାରିଖ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଅନୁଗୁଳ ରେଞ୍ଜ ଅଫିସରଙ୍କ ତତ୍ତ୍ଵାବଧାନରେ ପୁରୁଣାଗଡ଼ ମଦନମୋହନ ପାଟଣା ସାହିରେ ଚଢାଉ କରାଯାଇ ଚୋରା ଶାଗୁଆନ କାଠ ଜବତ କରାଯାଇଥିଲା।ଗୋଟିଏ ବିଲରୁ ରଖା ଯାଇଥିବା ୬ଟି ଶାଗୁଆନ ପଟା  ଏବଂ ୭ଟି ଶାଗୁଆନ ଗଣ୍ଡି ଜବତ କରାଯାଇଥିଲା। ଜବତ କାଠର ପରିମାଣ ୧୦.୪୩୭ ସିଏଫ୍ଟି।

କାଠ ସବୁକୁ ଜବତ୍ କରାଯାଇ ଅଧିକ ତଦନ୍ତ କରାଯାଉଛି। ଏହି ଚଢଉ ଟିମରେ ସରୋଜ କୁମାର ସିଂହ, ଅଭିମନ୍ୟୁ ମାଝୀ ଫରେଷ୍ଟର, ଋତୁପର୍ଣ୍ଣା ବିଶ୍ଵାଳ,ଗୌରହରି ସେଠୀ, ଜୟସ୍ମିତା ସାହୁ ଏବଂ ଲିଜା ରାଣୀ ମାଝୀ ,ବିକାଶ କୁମାର ଓଝା ଫରେଷ୍ଟ ଗାର୍ଡଙ୍କ ସମେତ ଗଜମିତ୍ର ମାନେ ସାମିଲ ଥିଲେ ।