ଘଟଣା ଓ ଦୁର୍ଘଟଣା

ମହିନ୍ଦ୍ରା ପିକ୍‌ଅପ୍‌ରୁ ଚୋରା କାଠ ଜବତ

By Biswaranjan Pattnaik

May 19, 2025

ଅନୁଗୁଳ: ରବିବାର ବିଳମ୍ବିତ ରାତିରେ କଣିହାଁ ରେଞ୍ଜ ଅଫିସରଙ୍କୁଖବର ମିଳିଲା କି କୋଶଳାରୁ କୁମୁଣ୍ଡା ରୋଡ ଦେଇ ଚୋରା କାଠଚାଲାଣ ହେବ। ସୂଚନା ମିଳିବା କ୍ଷଣି ରେଞ୍ଜ ଅଫିସର ସଦଳ ବଳ ସେହି ରାସ୍ତାରେ ଛକି ବସିଥିଲେ। କିଛି ସମୟ ପରେ ଏକ ମହିନ୍ଦ୍ରା ପିକ୍‌ଅପ୍‌ ନଂ ଓଆର ୧୯ଇ ୫୮୪୯ ସେହି ରାସ୍ତା ଦେଇ ଆସିବାରୁ ତାକୁ ଅଟକିବାକୁ ସଂକେତ ଦିଆଯାଇଥିଲା। ଏଥିରେ ଭୟପାଇଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ଯାଞ୍ଚରୁ ଗାଡ଼ି ଭିତରେ ପର୍ମିଟ ନଥିବା ୭୮ଟି ଶାଳ ପଟା ଥିବା  ଜଣା ପଡିଥିଲା। ଚୋରା କାଠର ପରିମାଣ ୩୨.୭୪ ସିଏଫ୍ଟି ବୋଲି ଜଣାପଡିଛି। କାଠ ସବୁକୁ ଜବତ କରାଯାଇଛି। ଏହି ଚଢାଉରେ ନିଲାଦ୍ରିନାଥ ସାହୁ,ରେଞ୍ଜ ଅଫିସର,ଦୀପକ ସେଠୀ ଫରେଷ୍ଟର,ଦୀପକ ସାହୁ ଫରେଷ୍ଟ ଗାର୍ଡ ଏବଂ ହାତୀ ସ୍କ୍ୱାର୍ଡ ର କର୍ମଚାରୀ ମାନେ ସାମିଲ ଥିଲେ ।