ମୁଖ୍ୟ ଖବର

କୋଲିୟରୀ ପୋଲିସର କଡ଼ା ଯାଞ୍ଚ: ପାର୍ବଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କାଗଜପତ୍ରଠୁ ନେଇ ନିଶା କାରବାର ଉପରେ କଟକଣା

By Angul TV Bureau

September 05, 2026

ଅନୁଗୋଳ: ଶିଳ୍ପନଗରୀରେ ବୃଦ୍ଧି ପାଉଥିବା ଜନସଂଖ୍ୟା, ଯାନବାହାନ ଏବଂ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କୋଲିୟରୀ ପୋଲିସ୍ ପକ୍ଷରୁ କଡ଼ା ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଥାନା ଅଧିକାରୀ ଧୀରେନ ଦାସଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଗାଡ଼ିର କାଗଜପତ୍ର, ହେଲମେଟ୍, ସିଟ୍‌ବେଲ୍ଟ ଯାଞ୍ଚ ସହ ମଦ୍ୟପ ଚାଳକ ଏବଂ ଉଚ୍ଚଶବ୍ଦକାରୀ ହର୍ଣ୍ଣ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସେହିପରି ରାଜଧାନୀ ଓ ସ୍ଥାନୀୟ ଅଞ୍ଚଳରେ ଚୋରି, ଛିନତାଇ ଏବଂ ରୋମିଓ ରାଇଡରଙ୍କୁ ଦମନ କରିବା ପାଇଁ ପୋଲିସ ସତର୍କ ରହିଛି। ବିଶେଷ କରି ନିଶାଦ୍ରବ୍ୟ ଚାଲାଣ ଉପରେ ରୋକ ଲଗାଇବା ଏବଂ ଆଗାମୀ ପୂଜାଗୁଡ଼ିକରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସାଙ୍ଗକୁ ଏହି ସ୍ୱତନ୍ତ୍ର ମିସନ ଜାରି ରହିଥିବା ଜଣାପଡ଼ିଛି।