ଅନ୍ୟାନ୍ୟ

ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳରେ ହରତାଳ

By Biswaranjan Pattnaik

November 12, 2021

ଅନୁଗୁଳ: ରାଜ୍ୟ କଂଗ୍ରେସ ପକ୍ଷରୁ ଛ’ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରେ ହାଇକୋର୍ଟ ଛାଟ ବସିବା ଯୋଗୁଁ କଂଗ୍ରେସ ହରତାଳକୁ ଓଲ୍ହାଇଥିଲା। କଂଗ୍ରେସ ନେତା ସୁଦୀପ ମିଶ୍ର,ଜିତେନ୍ଦ୍ର ସାହୁ,ଅମୁଲ୍ୟ ବେହେରା,ଧର୍ମେନ୍ଦ୍ର ମିଶ୍ର,ସଂଜୀବ ମାଣ୍ଡୋଠିଆ, ଗୋପାଳ ନାଥଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଘଣ୍ଟ ଘୋଡାଉଥିବାରୁ ତାହାର ତୀବ୍ର ନିନ୍ଦା କରାଯିବା ସହ ମନ୍ତ୍ରୀଙ୍କ ଗିରଫଦାରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ନେତାମାନେ।ଏହା ପରେ ସେମାନେ ମନ୍ତ୍ରୀ ଦିବ୍ୟ ଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଫଟୋ ଚିତ୍ରରେ ଅଗ୍ନି ସଂଯୋଗ କରିଥିଲେ। ତେବେ ବନ୍ଦ ବା ହର୍ତାଳର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିନଥିଲା। ସହରରେ ଦୋକାନ ବଜାର ଅଫିସ ସ୍ୱାଭାବିକ ଖୋଲା ରହିଥିଲା ।