ଅନ୍ୟାନ୍ୟ

ନାଲକୋରେ ନିଯୁକ୍ତି ନ ମିଳିବାରୁ ରେଲୱେ ଲାଇନ, ପାଇପ ଲାଇନ, ଆଇପିଏଚକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲେ କ୍ଷତିଗ୍ରସ୍ତ

By Angul TV Bureau

March 01, 2023

ତାଳଚେର : ନିଯୁକ୍ତି ନ ମିଳିବାରୁ ଆଇପିଏଚ୍ ଭରତପୁରର UPIPL ରେ କାମ କରୁଥିବା ଠିକା ଶ୍ରମିକ ନାଲକୋ ରେଲୱେ ଲାଇନ, ପାଇପ ଲାଇନ, ଆଇପିଏଚ୍ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ରଖିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି l

ସୂଚନାଯୋଗ୍ୟ ଯେ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗାଁର ୩୦ ଜଣ କ୍ଷତିଗ୍ରସ୍ତଙ୍କୁ ନାଲକୋ ରେଲୱେ ଲାଇନ ଠିକା ଶ୍ରମିକ ଭାବରେ ୧୨.୦୭.୨୦୧୧ ଠାରୁ ଜୁନ ମାସ ୨୦୧୩ ମସିହା ପର୍ଯ୍ୟନ୍ତ IPH ଭରତପୁରର UPIPL ରେ ଠିକା ଶ୍ରମିକ ଭାବେ ନିଯୁକ୍ତି ଦେଇଥିଲା। ହେଲେ UPIPLକମ୍ପାନୀ ଚାଲିଗଲା ପରେ ସେମାନଙ୍କ ଡ୍ୟୁଟି ବନ୍ଦ ହୋଇଯାଇଥିଲା। ବାରମ୍ବାର ଆନ୍ଦୋଳନ କରିବା ପରେ ୧୩.୦୧.୨୦୧୫ ରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଗ୍ରାମର ୨୯ ଜଣ LAPS ଙ୍କୁ ଭବିଷ୍ୟତରେ ଠିକା ଶ୍ରମିକ ଭାବେ ନିଯୁକ୍ତି ଯୋଗାଇ ଦେବା ଲାଗି ନାଲକୋ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ପରବର୍ତ୍ତୀ ସମୟରେ ୨୯ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦିଆଯାଇଛି। ବାକି ଲୋକ ବର୍ତ୍ତମାନ ସୁଦ୍ଧା ଅପେକ୍ଷାରେ ରହିଥିବା ସ୍ଥଳେ ବାହାର ଲୋକଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ନାଲକୋ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଠିକା କର୍ମଚାରୀ ମାନେ ବନ୍ଦ ଡାକରା ଦେଇଛନ୍ତି।