ମୁଖ୍ୟ ଖବର

ଜୀବନ ସହ ସଂଘର୍ଷ: ଦଉଡ଼ି ସାହାରାରେ ନାଳ ପାର ହେଉଛନ୍ତି ଗ୍ରାମବାସୀ

By Angul TV Bureau

July 17, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତର ପୋକୁଣ୍ଡା ଗ୍ରାମ ବୃନ୍ଦାବନ ସାହିରେ ଏବେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁକୁ ସଂଯୋଗ କରୁଥିବା ଏକ ନାଳ ଉପରେ ପୋଲ ନଥିବାରୁ ସ୍ଥାନୀୟ ବାସିନ୍ଦା ନିତିଦିନ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ପାର ହେଉଛନ୍ତି। ଏହି ନାଳଟି ସେମାନଙ୍କ ପାଇଁ ଏବେ କାଳ ସାଜିଛି।

ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ସ୍କୁଲ ପିଲା, ଚାଷୀ ଓ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ନାଳ ପାର ହେଉଛନ୍ତି। ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ତୁରନ୍ତ ଏହି ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।