ମୁଖ୍ୟ ଖବର

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

By Angul TV Bureau

July 21, 2025

ଭୁବନେଶ୍ବର:  ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଥିବା ଜଣାଯାଇଛି। ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା। ମଞ୍ଚେଶ୍ବର ଥାନା ପୋଲିସ ଗତ ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।