ଘଟଣା ଓ ଦୁର୍ଘଟଣା

ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ

By Biswaranjan Pattnaik

June 13, 2022

ଅନୁଗୁଳ: ସୋମବାର ଅପରାହ୍ନରେ ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ, ତେର ବର୍ଷୀୟ ସ୍କୁଲ ଛାତ୍ର ଆୟୁଷ କୁମାର ଯାଦବ ତାଙ୍କ ସାନ ଭାଇ ସହ ଦୁଇଟି ସାଇକଲ ଯୋଗେ କଦମ ପଡ଼ିଆ କ୍ରିକେଟ ଖେଳିବାକୁ ବାହାରିଥିଲେ। ଅପରାହ୍ନ ପ୍ରାୟ ଚାରିଟା ସମୟରେ ମିଶ୍ର ପଡ଼ାରୁ ଆସି ଥାନା ଛକ ଟ୍ରାଫିକରେ ଠିଆ ହୋଇଥିବା ବେଳେ ସର୍କିଟ ହାଉସ ପଟୁ ଆସୁଥିବା ଏକ ଟ୍ରକ ଆୟୁଷଙ୍କୁ ପଛରୁ ଘୋଷାରି ନେଇଥିଲା।ଫଳରେ ଆୟୁଷଙ୍କ ମୁଣ୍ଡ ରାସ୍ତାରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟି ଥିଲା। ଖବର ପାଇ ଅନୁଗୁଳ ପୁଲିସ ଶବକୁ ଜବତ କରି ଡାକ୍ତର ଖାନା ପଠାଇଥିଲେ। ଆୟୁଷଙ୍କ ବାପା ନିତେଶ ଯାଦବ ଏକ ଘରୋଇ କମ୍ପାନୀରେ କାମ କରନ୍ତି ।