ଅନ୍ୟାନ୍ୟ

ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ: ତାଲିମ ନେଲେ ୧୨୫ ଜଣ ଛାତ୍ରୀ

By Angul TV Bureau

February 15, 2024

ତାଳଚେର : ତାଳଚେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷତା ଶିବିର ଉଦ୍‌ଯାପିତ ହୋଇଛି। ତାଳଚେର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ଥାନାର ଭାରପ୍ରାପ୍ତ ଅଧିକାରୀ ଦିଗବିଜୟ ବିଶ୍ୱାଳ ଯୋଗ ଦେଇ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକ ସୁବ୍ରତ କୁମାର ଦାସ, ଅଧ୍ୟାପିକା ସଂଯୁକ୍ତା ବେବର୍ତା, ସଂଯୋଜିକା ଅନିମା ଲାକ୍ରା, ଇଂରାଜୀ ଅଧ୍ୟାପିକା ସୁନିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୋନାଲିକା ପଣ୍ଡାଙ୍କ ତତ୍ତ୍ୱାବଧାନରେ ୧୨୫ଜଣ ଛାତ୍ରୀ ତାଲିମ ନେଇଥିଲେ ଓ ଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଶେଷରେ ଇତିହାସ ବିଭାଗର ଅଧ୍ୟାପିକ ଶାନ୍ତି ବୁଡ଼େକ ଧନ୍ୟବାଦ୍ ଅର୍ପଣ କରିଥିଲେ।