ମୁଖ୍ୟ ଖବର

ସ୍କୁଲରେ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିସ୍ତୁକ ମାଡ଼ ମାରିବା ଘଟଣା: ଏବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଇଓ

By Angul TV Bureau

November 30, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ହୁଲୁରସିଂହା ୟୁପି ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟିତ୍ରୀ ପ୍ରବଳ ମାଡ଼ ମାରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, କରଡ଼ା ଗାଡ଼ିଆ ଗ୍ରାମର ବିନି ଗୋଚ୍ଛାୟତଙ୍କ ପୁଅ ସମୀର ହୁଲୁରସିଂହା ୟୁପି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି। ଗତ କାଲି ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର ବିନା କାରଣରେ ସମୀରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ଘଟଣା ବିଷୟରେ ଘରେ ସମୀର କହିଥିଲେ। ସମୀରଙ୍କ ମା’ ଘଟଣା ବିଷୟରେ ସ୍କୁଲରେ ପଚାରିବାରୁ କେହି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ।

ଏଣୁ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଗଣମାଧ୍ୟମ ଆଗରେ ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣା ବିଷୟରେ ଡିଇଓଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇ ନଥିବା କହିବା ସହ ଘଟଣା ବିଷୟରେ ଏବିଇଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ସେହିପରି ଏବିଇଓଙ୍କୁ ପଚାରିବାରୁ ଏହି ଅଭିଯୋଗର ସମାଧାନ ଥାନାରେ ହୋଇଯାଇଛି ବୋଲି କହିଥିଲେ।

ପ୍ରକାଶ ଯେ, ଶିକ୍ଷୟିତ୍ରୀ ପ୍ରତିଭା ମିଶ୍ରଙ୍କ ନାମରେ ଏଭଳି ଅଭିଯୋଗ ଆଗରୁ ମଧ୍ୟ ହୋଇଛି। କିନ୍ତୁ ଏବେ ଯାଏଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।