ଅନ୍ୟାନ୍ୟ

ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଛାତ୍ର ନିର୍ବାଚନ ଆୟୋଜିତ, ଶପଥ ନେଲେ ନୂଆ ଛାତ୍ର ନେତା

By Angul TV Bureau

July 30, 2024

ଅନୁଗୁଳ: ସ୍ଥାନୀୟ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଗତ ଶନିବାର ଛାତ୍ର ନିର୍ବାଚନ ଆୟୋଜିତ ହୋଇଛି। ପରେ ନିର୍ବାଚିତ ବିଦ୍ୟାର୍ଥୀଙ୍କ ଶପଥ ଗ୍ରହଣ ଲାଗି ଏକ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବ୍ଲକ୍ ବିଜେପି ଉପାଧ୍ୟକ୍ଷ ଏବଂ ଢେଙ୍କାନାଳ ମହିଳା ମୋର୍ଚ୍ଚା ପ୍ରଭାରୀ ଯଶସ୍ୱନୀ ରାଉତ, ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ଫୋରମ୍ ସଭାପତି ରାହୁଲ ଅନୁରାଗ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଫୋରମ୍ ଉପସଭାପତି ରମିତା ପଟ୍ଟନାୟକ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷା କେ. ବୈଶାଳୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଅତିଥିମାନେ ନବନିର୍ବାଚିତ ବିଦ୍ୟାର୍ଥୀଙ୍କୁ ସାମାଜିକ ନୈତିକ ବୋଧ ଏବଂ ସମାଜ ପ୍ରତି ଅନୁରାଗ ସମ୍ବନ୍ଧରେ ଅବଗତ କରାଇଥିଲେ। ପରେ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା।

ଏଥିସହ ଏନଏସଏସ ପ୍ରତିଯୋଗିତା ୨୦୨୩ରେ ସର୍ବଭାରତୀୟ ସ୍ତରରେ ଶ୍ରୀ ଚୈତନ୍ୟ ସ୍କୁଲର (୮୫୦) ସ୍କୁଲ ମଧ୍ୟରୁ ଅନୁଗୁଳ ଶାଖାର ପ୍ରଥମ ସ୍ଥାନରେ ବିଜୟ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଜୋନ୍ ସ୍ତରରେ ହୋଇଥିବା ଚେସ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବିଦ୍ୟାର୍ଥୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।