ଘଟଣା ଓ ଦୁର୍ଘଟଣା

ମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

By Angul TV Bureau

April 21, 2022

ଅନୁଗୁଳ: ମେସ୍ ପଛ ମହୁଲ ଗଛରେ ଝୁଲିଛି ଛାତ୍ରଙ୍କ ମୃତ ଦେହ। ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ନିକଟସ୍ଥ ବେହେରା ମେସ ପଛରେ ଥିବା ମହୁଲ ଗଛରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ଛାତ୍ର ହେଲେ ବରପଦା ଗାଁର ଦିଲେଶ୍ୱର ସାହୁଙ୍କ ପୁଅ ବିବେକ।

ସୂଚନା ମୁତାବକ, ଆଜି ସକାଳେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଛାତ୍ରଙ୍କୁ ବିବେକ ବୋଲି ଚିହ୍ନି ଥିଲେ। ବିବେକ କିଛି ଦିନ ହେବ ହଷ୍ଟେଲ ରହି ବାପୁଜୀ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପ୍ରଥମ ବର୍ଷ ପଢୁଥିଲେ। କିନ୍ତୁ ଆଜି ହଠାତ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ସେ କାହିଁକି ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଖବର ପାଇ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ଆତ୍ମହତ୍ୟା କି କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।