ଅନ୍ୟାନ୍ୟ

ଅନୁଗୁଳ କଲେଜରେ ଗଛ ଲଗାଇଲେ ଛାତ୍ରଛାତ୍ରୀ

By Biswaranjan Pattnaik

July 03, 2024

ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବନ ମହୋତ୍ସବ ଅବସରରେ ଏନ୍‌ଏସଏସ ଆନୁକୁଲ୍ୟରେ ଆୟୋଜିତ ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ସେ କିଛି ଗଛ ଲଗାଇ ପାଣି ଦେଇଥିଲେ।

ଏ ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ବୃକ୍ଷରୋପଣ ଦ୍ଵାରା ପରିବେଶ ସୁସ୍ଥ ଶୀତଳ ଏବଂ ପ୍ରଦୂଷଣ ମୁକ୍ତ ରହିପାରିବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲଙ୍କ ସମେତ ବରିଷ୍ଠ ଅଧ୍ୟାପକ ଡ଼ା କୃଷ୍ଣ ଚନ୍ଦ୍ର ପାଢ଼ୀ,ଡ଼ା ଶରତ ପରିଡ଼ା, ଡ଼ା ସ୍ମିତା ତପସ୍ଵିନୀ,ଡ଼ା ମନୋରଞ୍ଜନ ମିଶ୍ର,ଦୁଷ୍ମନ୍ତ ମଲ୍ଲିକ,ଡ଼ା ପ୍ରଭାସ ଜେନା,ସନ୍ଦୀପ ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବୃକ୍ଷରୋପଣରେ ଏନ୍‌ସିସି ଓ ଏନ୍‌ଏସଏସ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। କଲେଜ ପରିସରରେ ଆମ୍ବ,ନିମ୍ବ,ଲିଚୁ,ପଣସ ସମେତ ଅନ୍ୟ ବହୁ ପ୍ରକାର ଫଳ ଗଛ ଲଗା ଯାଇଥିଲା।