ମୁଖ୍ୟ ଖବର

ଅନଲାଇନ ପାଠପଢା, ଚକ୍ଷୁ ରୋଗର ଶିକାର ଛାତ୍ରଛାତ୍ରୀ

By Biswaranjan Pattnaik

January 26, 2021

ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ ୧ ଘଣ୍ଟା ଏହିଭଳି ମୋଟ ୪ ଘଣ୍ଟା ମୋବାଇଲରେ ବିତାଉଛନ୍ତି।ଦିର୍ଘ ଦିନ ଧରି ପଖାରୁ ମୋବାଇଲ ଦେଖିବା ପରେ ଏବେ ଅନେକ ଛାତ୍ରଛାତ୍ରୀ ଚକ୍ଷୁ ରୋଗର ଶିକାର ହୋଇଛନ୍ତି। ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିନଥିଲେ ମଧ୍ୟ ବିଭିନ୍ନ ଘରୋଇ ଚକ୍ଷୁ ଚିକିତ୍ସାଳୟର ରିପୋର୍ଟକୁ ଆଧାର କରି ଦେଖାଯାଇଛି; ଲକ ଡ଼ାଉନ୍ ସମୟରେ ଅନଲାଇନରେ ପାଠ ପଢ଼ି ୩୦ ରୁ ୩୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଛି।ମୁଣ୍ଡ ବିନ୍ଧିବା, ଆଖି ପୋଡିବା ଆଦି ଉପସର୍ଗରୁ ଛାତ୍ରଛାତ୍ରୀ ମାନେ ମୋବାଇଲ ସ୍କ୍ରିନ ଦେଇ ବାହାରୁଥିବା ବିକିରଣ ଏବଂ ପାଖରୁ ଦେଖୁଥିବା ହେତୁ ଏଭଳି ଦୃଷ୍ଟିଶକ୍ତି ହ୍ରାସ ପାଇଥିବା କୁହାଯାଉଛି ।