ମୁଖ୍ୟ ଖବର

କିଡନୀ ରୋଗ ଆତଙ୍କ: କରାବିରାଖୋଲରେ ପହଞ୍ଚିଲା ପ୍ରଶାସନ

By Biswaranjan Pattnaik

March 15, 2023

ଅନୁଗୁଳ: ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କରାବିରାଖୋଲ ଗାଁରେ ମଙ୍ଗଳାବର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ପହଞ୍ଚି ପରିସ୍ଥିତି ବାବଦରେ ଅବଗତ ହୋଇଥିଲେ। ଏହିଁ ଟିମ୍‌ରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ସମେତ ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ,ସ୍ଥାନୀୟ ବ୍ଲକ କର୍ମଚାରୀ,ଆରଆଇ ପ୍ରମୁଖ ଉକ୍ତ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେଠାକାର ପାନୀୟ ଜଳର ଉତ୍ସ,ରହିବା ପରିବେଶ ଉପରେ ଫୋକସ କରିବା ସହ ସେ ଅଞ୍ଚଳରେ କିଡନୀ ସମସ୍ୟାର କାରଣ ଓ ନିରାକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, କରାବିରାଖୋଲରେ ବାରମ୍ବାର କିଡନୀ ରୋଗରେ ମୃତ୍ୟୁ ଘଟିବା ନେଇ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା।