ମୁଖ୍ୟ ଖବର

ଏମସିଏଲ ଅଧିଗ୍ରହଣ ସ୍ଥାନ ପରିଦର୍ଶନ କଲେ ଉପଜିଲ୍ଲାପାଳ, ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ

By Angul TV Bureau

May 19, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନତଡ଼ା ଗାଁରେ ଏମସିଏଲ ଦ୍ୱାରା ଭୂ-ଅଧିଗ୍ରହଣ ଓ ରେଲୱେ ରାସ୍ତା ନିର୍ମାଣ ପାଇଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଆଜି ସେ ପରିଦର୍ଶନ କରିଛନ୍ତି।

ପ୍ରତିଶ୍ରୁତି ଅନୁଯାୟୀ, ଆଜି ସକାଳେ ଉପଜିଲ୍ଲାପାଳ, ଜିଲ୍ଲା ଭୂଅର୍ଜନ ଅଧିକାରୀ, ହିଙ୍ଗୁଳା ଏରିଆ ଜିଏମ୍, ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତ, ଛେଣ୍ଡିପଦା ତହସିଲଦାର, ବିଧାୟକ ସୁଶାନ୍ତ ବେହେରା, ନତଡା ସରପଞ୍ଚ ପ୍ରଣତି ପ୍ରଧାନ, ସମିତି ସଭ୍ୟ ସତ୍ୟନାରାୟଣ ମାଝୀ, ଗ୍ରାମ୍ୟ କମିଟି ସଭାପତି ସୁକାନ୍ତ ସାହୁ, ସମ୍ପାଦକ ଶ୍ରୀକାନ୍ତ ସାହୁ ଏବଂ ଯୁଧିଷ୍ଠିର ପ୍ରଧାନ ନତଡା ଗ୍ରାମର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହା ପରେ ନତଡା ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏମସିଏଲ ଏବଂ ରେଲୱେ ସଂସ୍ଥାର ଉପରିସ୍ଥ ପଦାଧିକାରୀ ମାନଙ୍କୁ ନେଇ ପୁଣିଥରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି l ଆଲୋଚନାରେ ଯଦି କିଛି ନିଷ୍କର୍ଷ ନ ବାହାରେ ତେବେ ଆଗକୁ ପରିଣାମ ଭୟଙ୍କର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।