ଅନୁଗୁଳ: ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ବଇଣ୍ଡା କଲ୍ୟାଣ ମଣ୍ଡପ ନିକଟରେ ଆୟୋଜିତ ହୋଇଛି। ଏ ଅବସରରେ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସରପଞ୍ଚ ଦୀପ୍ତିମୟୀ ସାହୁ ଉଦଘାଟନ କରିଥିବା ବେଳେ ଅଙ୍ଗନବାଡ଼ି କର୍ମୀ, ଆଶା, ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଉପସ୍ଥିତ ଥିଲେ। ସୁଭଦ୍ରା ମାଧ୍ୟମରେ ଆସୁଥିବା ସମସ୍ତ ଟଙ୍କାକୁ ସଠିକ ଭାବରେ ବିନିଯୋଗ କରିବା ସହ ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସରପଞ୍ଚ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଇପସ୍ମିତା ସାହୁ, ଏମବିକେ ଲିଲା ବିଶ୍ବାଳ, ୱାର୍ଡମେମ୍ବର ବବିତା ସାହୁ, କବିତା ଭୋଇ ଉପସ୍ଥିତ ଥିଲେ।