ମୁଖ୍ୟ ଖବର

କଣିହାଁ ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କଲା ସୁଭଦ୍ରା ସଚେତନତା ରଥ

By Angul TV Bureau

September 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବୁଲି ଲୋକଙ୍କୁ ସଚେତନ କରୁଛି ସୁଭଦ୍ରା ସଚେତନତା ରଥ। ରବିବାର ଏହି ରଥ କଣିହାଁ ବ୍ଲକର କଣିହାଁ, ଡେରଙ୍ଗ, କାକୁଡ଼ିଆ, ବଡଗୁଣ୍ଡୁରୀ, ହନୁମାନପୁର, ଦଳକ, ତାଳପଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଗ୍ରାମରେ ସଚେତନତା ବାର୍ତ୍ତା ଦେଇଥିଲେ। ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ରଥକୁ ସ୍ଵାଗତ କରାଯାଇ ବନ୍ଦାପନା କରାଯାଇଥିଲା। ନୋଡାଲ ଅଧିକାରୀ ବିଜୟ ସାହୁଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନୱାଡି ଆଶା କର୍ମୀଙ୍କ ସହିତ ଏମ୍ ବି କେ, ସି ଆର ପି ଓ ପ୍ରମୁଖ ଅଧିକାର ଉପସ୍ଥିତ ଥିଲେ। ଏହି ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସୁଭଦ୍ରା ଯୋଜନା ସମ୍ପର୍କରେ ହିତାଧିକାରୀ ମହିଳା ଓ ଜନସାଧାରଣଙ୍କୁ ସଚେତନ କରିବ।