ମୁଖ୍ୟ ଖବର

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା: ଢେଙ୍କାନାଳର ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ

By Angul TV Bureau

July 23, 2025

ଅନୁଗୁଳ: ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଢେଙ୍କାନାଳର ଶାକମ୍ବରୀ ଏସଏଚଜି ବିଜେତା ହୋଇଛନ୍ତି। ମିଶନ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ ‘ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା’ର ଗ୍ରାଣ୍ଡ୍ ଫିନାଲେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସେମାନେ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରକାରର ଖାଦ୍ୟ ବିଷୟରେ ପଚାରି ବୁଝିଥିଲେ।ଏ ଅବସରରେ ପ୍ରଥମ ବିଜେତା ଢେଙ୍କାନାଳର ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍)କୁ ଉପମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କଟକର ମା’ ଗଡ଼ଚଣ୍ଡୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵିତୀୟ ଓ ମୟୂରଭଞ୍ଜର ମା’ ଧାନ କ୍ଷେତ୍ରପାଳ ସ୍ବୟଂ ସହାୟକ ଗୋଷ୍ଠୀ ତୃତୀୟ ହୋଇଛନ୍ତି।