ଅନ୍ୟାନ୍ୟ

ସୁଭଦ୍ରା ଯୋଜନାର ରୂପରେଖ ଉପରେ ଆଲୋଚନା ଚକ୍ର: ସବୁ ମା’ କିପରି ଲାଭ ପାଇବେ ତାହାକୁ ଗୁରୁତ୍ୱ

By Angul TV Bureau

July 09, 2024

ପାଳଲହଡ଼ା: ସୁଭଦ୍ରା ଯୋଜନାର ରୂପରେଖ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଶରତ ଚନ୍ଦ୍ର କ୍ଳବ ପରିସରରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପି ନେତା ଆଡ଼ଭୋକେଟ ତନ୍ମୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତି, ସ୍ୱତନ୍ତ୍ର ଅତିଥି ରୂପେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଯୋଗଦେଇଥିଲେ। ପ୍ରତ୍ୟେକ ମହିଳା କିପରି ଏହି ଯୋଜନାରେ ସାମିଲ ହୋଇ ସରକାରଙ୍କ ସୁଦୂର ପ୍ରସାରି ଯୋଜନାର ସୁଫଳ ପାଇପାରିବେ ଏବଂ କିପରି ଦରଖାସ୍ତ କରାଯିବ ସେ ବିଷୟରେ ବିଶଦ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା, ଶିଶୁ ଓ ମହିଳା ସମ୍ୱନ୍ୱିତ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମହନ୍ତ, ବିଜେପି ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସମେତ ବ୍ଲକର ପ୍ରାୟ ଦୁଇ ହଜାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜୀବିକା ମିଶନ ଶକ୍ତିର କର୍ମଚାରୀ ଯୋଗ ଦେଇ ଥିଲେ।