ଅନ୍ୟାନ୍ୟ

ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା: ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ ‘ପ୍ରଗତିଶୀଳ ନାଗରିକ ମଞ୍ଚ’ ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ

By Angul TV Bureau

September 13, 2025

ଅନୁଗୁଳ: ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ଶୁଭବୁଦ୍ଧିସମ୍ପର୍ଣ୍ଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ପାଇଁ ସବୁ ମହଲରୁ ଦାବି ହେଉଛି ।

ଆଜି ପୂର୍ବାହ୍ନରେ “ପ୍ରଗତିଶୀଳ ନାଗରିକ ମଞ୍ଚ’ର ଆବାହକମଣ୍ଡଳୀ ସଦସ୍ୟ ଆଡଭୋକେଟ୍ ବସନ୍ତୁ କୁମାର ଦାସ, ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ପ୍ରଦାନ କରିବାସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଅପରାଧିଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଥିବା ଜଣାଯାଇଛି ।