କ୍ରୀଡ଼ା

ଅନୁଗୁଳ ଜିଲ୍ଲା ଉଷୁ ଖେଳାଳିଙ୍କ ସଫଳତା: ରାଜ୍ୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍‌ରେ ୯ଟି ପଦକ

By Angul TV Bureau

September 08, 2025

ଅନୁଗୁଳ: ବାରିପଦାଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍‌ର ମହିଳା ଉଷୁ ଖେଳରେ ଅନୁଗୁଳ ଜିଲ୍ଲା ଉଷୁ ଏସୋସିଏସନ୍‌ ତରଫରୁ ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନୁଗୁଳର ଖେଳାଳିମାନେ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।

ଏହି କୃତୀ ଖେଳାଳିମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ଅଧିକାରୀ (ଡି.ପି.ଓ.), ରାଜ୍ୟ ଉଷୁ ସଂଘର ଚେୟାରମ୍ୟାନ ତଥା ମୁଖ୍ୟ ପ୍ରତିଷ୍ଠାତା ଏସ୍‌.ଏସ୍‌. ହରିଚନ୍ଦନ, ଟେକ୍ନିକାଲ ଡାଇରେକ୍ଟର ପ୍ରଦ୍ୟୁମ୍ନ ବେହେରା, ଅନୁଗୁଳ ଜିଲ୍ଲା ଉଷୁ ସଂଘର ସଭାପତି ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିନେଶ ପ୍ରଧାନ, ଅନ୍ତର୍ଜାତୀୟ ଜଜ୍ ତଥା ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁସାନ୍ତ ନାଏକ, ଜିଲ୍ଲା କୋଚ୍‌ ବିନୋଦ କୁମାର ନାଏକ, ଦୋଳଗୋବିନ୍ଦ ଦଳେଇ, ତପନ କୁମାର ସାମଲ, ଅରୁଣ କୁମାର ନାଏକ, ରାଜେଶ ମିଶ୍ର, ଚିତ୍ତରଞ୍ଜନ ମହାନ୍ତ, ଅମରଜିତ୍ ଗଡନାୟକ ଓ ସମସ୍ତ ସଦସ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।