କ୍ରୀଡ଼ା

ରାଜ୍ୟସ୍ତରୀୟ ତାଇକୋଣ୍ଡୋରେ ଅନୁଗୁଳକୁ ସଫଳତା, ମିଳିଲା ରନର୍ସ ଅପ୍ ଆୱାର୍ଡ

By Angul TV Bureau

December 31, 2022

ଅନୁଗୁଳ: ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳକୁ ରନର୍ସ ଅପ୍। ଗତ ୨୭ ଓ ୨୮ ତାରିଖ ଦିନ ଭଦ୍ରକର ଚରମ୍ପା ସ୍ଥିତ ମହାରାଜା ଅଗ୍ରେସନ୍ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳ ରନର୍ସ ଅପ୍ ହୋଇଛି। ପ୍ରତିଯୋଗିତାରେ ଭାରତୀୟ ତାଇକୋଣ୍ଡୋର ଜନକ ତଥା ତାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଗ୍ରାଣ୍ଡ ମାଷ୍ଟର ଡକ୍ଟର ଜିମ୍ମି ଆର ଜାଗତିଆନି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ପ୍ରତିଯୋଗିତାରେ ଅନୁଗୁଳ ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା କୋଚ୍ ଯୋଗେନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟିମରୁ ୩୬ ଜଣ ଛାତ୍ରଛାତ୍ରୀ ଭାଗ ନେଇ ରନର୍ସ ଅପ୍ ହୋଇଛନ୍ତି। ଆଗାଁମୀ ଦିନରେ ଆହୁରି ଅଧିକ ଭଲ ଖେଳ ପ୍ରଦର୍ଶନ କରି ଅଲମ୍ପିକ୍ସ ଗେମରେ ଚୟନିତ ହେବା ପ୍ରୟାସ ଜାରି ରଖିବେ ବୋଲି ତାଇକୋଣ୍ଡୋର ଛାତ୍ରଛାତ୍ରୀ ଆଶା ବ୍ୟକ୍ତ କରିଛନ୍ତି।