ଜଗତସିଂହପୁର: “ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ୧୪ତମ ସଂସ୍କରଣ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଐତିହ୍ୟାନୁରାଗୀମାନେ ବନମାଳୀପୁର ଓଉଶୁଣି ପୀଠର ବାରଭୂଜା ଚାମୁଣ୍ଡା, ପଣସପଡ଼ା ଭଗବତୀ ମନ୍ଦିର ଓ ନାସିକ ଖଣ୍ଡେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଥିଲେ, ଯେଉଁଠାରେ ପ୍ରାଚୀନ ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମର ମୂର୍ତ୍ତିମାନେ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରାଚୀନ ମୂର୍ତ୍ତି ସୁରକ୍ଷା ଓ ଅଞ୍ଚଳର ଐତିହ୍ୟ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରାୟ ୨୫ ଜଣ ଯୋଗଦେଇଥିବା ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଶ୍ରୀକାନ୍ତ ସିଂହଙ୍କ ନେତୃତ୍ୱରେ ବିଶ୍ୱରଞ୍ଜନ ଦେହୁରୀ, ଭଗବାନ ଦାଶ, ଶଶାଙ୍କ ଶେଖର ପଣ୍ଡା, ତ୍ରିଲୋଚନ ସ୍ୱାଇଁ, ସମ୍ବିତ ସିଂହ, ଦେବାଶିଷ ପାତ୍ର, ନୀଳାଦ୍ରି, ରତିରଞ୍ଜନ ପଣ୍ଡା, ବିକାଶ ଚନ୍ଦ୍ର ସ୍ୱାଇଁ, ଗଣେଶ କୁମାର, ଶୁଭମ, କୁନ୍ଦନ ଓ ସୌରଭ ସିଂହ ସଫଳ କରିଥିଲେ।