କ୍ରୀଡ଼ା

ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାର କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା, ବିଧାୟକ କଲେ ସମ୍ମାନିତ

By Angul TV Bureau

September 29, 2026

ଅନୁଗୋଳ: ରାଜ୍ୟସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅନୁଗୋଳ ବାରଗୌଣିଆ ହାଇସ୍କୁଲର ଦୁଇ ଛାତ୍ରଙ୍କୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି। ଗୋଲ୍ଡ ମେଡାଲ ହାସଲ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ ହୋଇଥିବା ଶୁଭମ୍ ସାହୁ ଏବଂ ବ୍ରୋଞ୍ଜ ମେଡାଲ ବିଜେତା ଶୁଭାଶିଷ ଦେହୁରୀଙ୍କୁ ବିଧାୟକ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଧୈର୍ଯ୍ୟ ବୃଦ୍ଧି କରେ। ପାଠପଢ଼ା ସହିତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେବାକୁ ସେ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଉଭୟ ଖେଳାଳିଙ୍କ ସଫଳତା ଗ୍ରାମାଞ୍ଚଳର ଅନ୍ୟ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ସୁଶାନ୍ତ ପ୍ରଧାନ, ବନ୍ତଳା ମଣ୍ଡଳ ସଭାପତି କାହ୍ନୁଚରଣ ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।