ଅନ୍ୟାନ୍ୟ

୧୧ଦଫା ଦାବି ନେଇ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

By Angul TV Bureau

December 12, 2025

ଅନୁଗୁଳ: ୧୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସୟୁସିଆଇ ନେତା ନବ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଛେଣ୍ଡିପଦା ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ସ୍ଥାୟୀ ନିଯୁକ୍ତି, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ଓ ଅଲଟ୍ରା ସାଉଣ୍ଡ ମେସିନ ବସାଇବା, ପାନୀୟ ଜଳ ଯୋଗାଣ ଆଦି ୧୧ ଦଫା ଦାବି ରହିଛି। ବିକ୍ଷୋଭକାରୀମାନେ ଦାବି ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ବିଡିଓ ଅରବିନ୍ଦ ବେହେରାଙ୍କୁ ପ୍ରଦାନ କରିଥିଲେ।

ବିକ୍ଷୋଭରେ ଏସୟୁସିଆଇର ମାନସ ପାଳ, ରଣଜିତ ପ୍ରଧାନ, ସୁବାସ ପ୍ରଧାନ, ପ୍ରତିମା ବେହେରା, ମୀନକେତନ ପ୍ରଧାନ, ଅକ୍ଷୟ ବାରିକ, ଦୁଃଖବନ୍ଧୁ ବେହେରା, ଭରତ ନାଏକ, ଲମ୍ବୋଦର ପଣ୍ଡା, ପବିତ୍ର ମହାକୁଡ଼ଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ।